ପୁଣି ୪୧ ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୪୯୪କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆଜି ପୁଣି ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୯୪କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳର ୭ ଜଣ, ବାଲିମେଳା ଏନଏସିର ୩ ଜଣ, ମାଲକାନଗିରି ବ୍ଲକର ୮ ଜଣ, ପଡ଼ିଆ ବ୍ଲକର ୫ ଜଣ, ମାଥିଲି ବ୍ଲକର ୨ ଜଣ, କାଲିମେଳା ବ୍ଲକର ୨ ଜଣ, କୋରୁକୋଣ୍ଡା ବ୍ଲକର ୨ ଜଣ, ଖଇରପୁଟ ବ୍ଲକର ୨ ଜଣ ଓ ଚିତ୍ରକୋଣ୍ଡା ବ୍ଲକର ୬ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୨୪ ଜଣ କ୍ଲିନିକରୁ ସ୍ଥାନାନ୍ତରୀତ ହୋଇଛନ୍ତି। ସେହିଭଳି ୧୫ ଜଣ ସର୍ଭେ ବେଳେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଥିବା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।