ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ

ମେଲବର୍ଣ୍ଣ,ଏଜେନ୍ସି: ଭାରତ ପ୍ରଥମ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ହେବ ବୋଲି ସେ କହିଛନ୍ତି। ଏହି ଭାରତୀୟ ଟେନିସ ତାରକା ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ନିଜ ନାମରେ କରିଛନ୍ତି । ତେବେ କ୍ୟାରିଅରରେ ୩ଟି ଗ୍ରାଣ୍ଡସ୍ଲାମ୍ ଓ ମିକ୍ସ ଡବଲ୍ସରେ ୩ଟି ଟାଇଟଲ୍ ହାସଲ କରିଛନ୍ତି ସାନିଆ । ସେ ୨୦୧୩ରେ ସିଙ୍ଗଲ୍ସରୁ ଅବସର ନେଇଥିଲେ।

ଖାଲି ସେତିକି ନୁହେଁ ବିଶ୍ବ ଟେନିସ ରାଙ୍କିଂରେ ସେ ପ୍ରଥମ ୩୦ ଡଣଙ୍କ ମଧ୍ୟରେ ସାମିଲ ହେବାରେ ପ୍ରଥମ ଭାରତୀୟ ହୋଇ ପାରିଥିଲେ ସାନିଆ ମିର୍ଜା। ଅଷ୍ଟ୍ରେଲିଆ ଓପନରେ ପ୍ରଥମ ରାଉଣ୍ଡରେ ପରାଜିତ ହେବାପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସାନିଆ। ଅବସର ଘୋଷଣାକୁ ନେଇ ଏକ ସାକ୍ଷାତକାରରରେ ସୂଚନା ଦେଇଛନ୍ତି ସାନିଆ।

ସାନିଆ ମିର୍ଜା କହିଛନ୍ତି ଯେ, “ଅବସର ଘୋଷଣା କିଛିଟା କାରଣ ରହିଛି । ବର୍ତ୍ତମାନ ଆହତ ସସସ୍ୟାରୁ ରିକଭେରୀ କରିବାକୁ ଅଧିକ ସମୟ ଲାଗୁଛି। ତା ସହିତ ଏତେ ମାତ୍ରାରେ ଯାତ୍ରା ଯୋଗୁଁ ମୁଁ ମୋର ୩ ବର୍ଷ ପୁଅକୁ ବିପଦ ଘେରକୁ ନେଇ ଆସୁଛି। ଖେଳିବା ପାଇଁ ଦେହ ଆଉ ଏତେଟା ସାଥ୍‌ ଦେଉନାହଁ । ଆଣ୍ଠୁରେ ଅଧିକ ଯନ୍ତ୍ରଣା ରହୁଛି। ମୁଁ କହୁନାହିଁ ଏଥିପାଇଁ ହିଁ ଆମେ ମ୍ୟାଚ୍‌ ହାରିଲୁ। କିନ୍ତୁ ବୟସ ବଢ଼ିବା ସହ ଆହତ ସମସ୍ୟାରୁ ଠିକ୍‌ ହେବାକୁ ଏବେ ଅଧିକ ସମୟ ଲାଗୁଛି।”

ପୂର୍ବରୁ ପ୍ରତି ମ୍ୟାଚ୍‌ ଖେଳିବା ଯେଉଁ ଉର୍ଜାର ଆବଶ୍ୟକ ହେଉଥିଲା ତାହା ଆଉ ନାହିଁ ବୋଲି କହିଛନ୍ତି ସାନିଆ ମିର୍ଜା। ମ୍ୟାଚ୍ ଖେଳିବାକୁ ଆଉ ମଜା ଲାଗୁନାହିଁ। ଏହାସତ୍ତ୍ବେ ଚଳିତ ସିଜିନରେ ଖେଳ ଜାରି ରଖିବେ ବୋଲି କହିଛନ୍ତି ସାନିଆ।