ବିଜେପିରେ ଯୋଗଦେଲେ ଦିବଙ୍ଗତ ସିଡିଏସଙ୍କ ଭାଇ ବିଜୟ ରାୱତ

ନୂଆଦିଲ୍ଲୀ: ଦିବଙ୍ଗତ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସାନ ଭାଇ କର୍ଣ୍ଣେଲ ବିଜୟ ରାୱତ(ସେବାନିବୃତ) ବିଜେପିରେ ସାମିଲ ହୋଇଛନ୍ତି । କର୍ଣ୍ଣେଲ ରାୱତଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସଦସ୍ୟତା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଦୁଷ୍ୟନ୍ତ ଗୌତମ, ପ୍ରଦେଶାଧ୍ୟକ୍ଷ ମଦନ କୌଶିକ ଓ ଅନୀଲ ବଲୁନୀ ମଧ୍ୟ ଉପସ୍ଥିତ ଥିଲେ ।

ଜେପିରେ ଯୋଗ ଦେବା ପରେ ବିଜୟ ରାୱତ କହିଛନ୍ତି ଯେ, ମୋତେ ବିଜେପିରେ ସାମିଲ ହେବାର ସୁଯୋଗ ମିଳିଥିବାରୁ ମୁଁ ଆଭାର ବ୍ୟକ୍ତ କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତାଧାରା ଓ ଦୃଷ୍ଟିକୋଣ ମୋତେ ବେଶ୍ ପ୍ରଭାବିତ କରିଥିଲା ।