Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ସାମାଜିକ ବାର୍ତ୍ତା ବହନ କରୁଥିବା ଶୁଦ୍ଧ ଭାଷାର ଗୀତ ହିଁ ଗାଇବି’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ସାମାଜିକ ବାର୍ତ୍ତା ବହନ କରୁଥିବା ଶୁଦ୍ଧ ଭାଷାର ଗୀତ ହିଁ ଗାଇବି’

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭଦ୍ରକ ମାଟିରେ ତାଙ୍କର ଜନ୍ମ। ଓଡିଆଙ୍କ ପାଇଁ ଗର୍ବ, ଓଡିଆ ପରମ୍ପରା ଆଉ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆନ୍ତର୍ଜାତିକ ସ୍ତରରେ ଓଡିଶାକୁ ଗର୍ବିତ କରୁଛନ୍ତି ସୁନାମଧନ୍ୟ ଗାୟିକା ସୁସ୍ମିତା ଦାସ। ଭୁବନେଶ୍ୱରରେ ରହିଆସୁଥିବା ଶ୍ରୀମତୀ ଦାସଙ୍କ କଣ୍ଠରେ ନିକଟରେ ମୁକ୍ତିଲାଭ କରିଥିବା ‘ପୃଥିବୀମନ୍ଥନ’ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କଲାପରେ ସେ ଏବେ ସାଜିଛନ୍ତି ଅନେକଙ୍କ ପାଇଁ ପ୍ରେରଣା। ଏହି ମ୍ୟୁଜିକ୍ ଭିଡିଓକୁ ‘ଗୋଲଡେନ୍ ସ୍ପାରୋ ଫିଲ୍ମ ଫେଷ୍ଟିଭାଲ୍‌’ ଓ ‘ଅଷ୍ଟିନ ମ୍ୟୁଜିକ ଭିଡ଼ିଓ ଫେଷ୍ଟିଭାଲ’ରେ ପୁରସ୍କୃତ କରାଯାଇଛି। ସଂଗୀତଟି ପରିବେଶର ସମସ୍ୟାକୁ ପ୍ରସ୍ତୁତ କରାଯାଇଥିଲା ଯାହାକି ପ୍ରଶଂସକଙ୍କ ମନକୁ ଛୁଇଁଛି।

ଉଭୟ ହିନ୍ଦୀ ଓ ଡ଼ିଆରେ ୨୦ରୁ ଅଧିକ ଗୀତ ମୁକ୍ତିଲାଭ କରିଥିବା ବେଳେ ‘ନୂଆଠିକଣାକୁ’ ବେଶ୍ ଲୋକପ୍ରିୟତା ସାଉଁଟିଛି। ‘କାମ୍ବୋଡିଆ ଇଣ୍ଡିପେଣ୍ଡେଣ୍ଟଫେଷ୍ଟିଭାଲ୍‌’ , ‘ହାଭ୍‌ଲକ୍ ଇଣ୍ଟର ନ୍ୟାସନାଲ ଫେଷ୍ଟିଭାଲ’ ଆଦି ଅନେକ ପୁରସ୍କାରର ହକଦାର୍ ହୋଇପାରିଛି। କେବଳ ଏତିକି ନୁହେଁ ତାଙ୍କ କଣ୍ଠରୁ ଅନ୍ୟ ଏକ ଗୀତ ‘ମହ୍ଲାରା’ ମଧ୍ୟ ‘ଊରୁଭତ୍ତୀ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ’, ‘ଗ୍ଲୋବାଲ୍ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ୍‌’ ଓ ଲିଟିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି। ପୂର୍ବରୁ ଅୟିଗିରୀ ନନ୍ଦିନୀ, ମାୟା ଦର୍ପଣ, ହାତୀ ସଜ କର ଏବଂ ରାଗ ବୈରାଗ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ଗଠନର ଉପାଦାନ ରହିଆସିଛି। ତେବେ ଆଗଧାଡ଼ିର କଣ୍ଠଶିଳ୍ପୀ ଶ୍ରୀମତୀ ଦାସଙ୍କ ସହ ‘ନିତିଦିନ’ର ସ୍ୱତନ୍ତ୍ର ବାର୍ତ୍ତାଳାପ…

୧) ଗୀତ ଗାଇବା କେବେ ଠାରୁ ଆରମ୍ଭ କରିଥିଲେ?
ଉ: ପିଲାଦିନରୁ ଗୀତ ପ୍ରତି ରୁଚି ରହିଥିଲା ଏବଂ ଗାଉଥିଲି। କିନ୍ତୁ ବିବାହ ପରେ ୧୯୮୫ ମସିହାରୁ ବିଦ୍ଧିବଦ୍ଧ ଭାବେ କ୍ଲାସିକାଲ୍ ସଂଗୀତ ଶିକ୍ଷା ଆରମ୍ଭ କରିଥିଲି।

୨) ଜୀବନର କିଛି ସ୍ୱତନ୍ତ୍ର ଅନୁଭୂତି ବାଣ୍ଟିବେ କି?
ଉ: ସ୍କୁଲ ପଢ଼ିବା ସମୟରେ ସ୍ୱର୍ଗତ ଅକ୍ଷୟ ମହାନ୍ତି ଆସନ୍ତି ଗୀତ ଶିଖେଇବାକୁ ଆସନ୍ତି। ସେ ମୋ ଗୀତ ଶୁଣି ମଧ୍ୟ ଗୀତ ଶିଖିବାକୁ ଏବଂ ନିୟମିତ ଗାଇବାକୁ ଉତ୍ସାହିତ କରନ୍ତି। ତାହା ମୋ ଏକ ସ୍ୱତନ୍ତ୍ର ଅନୁଭୂତି। କହିବାକୁ ଗଲେ ସେ ସଂଗୀତର ଭଗବାନ ଥିଲେ। ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ତାଙ୍କ ଭଳି ଶୁଦ୍ଧ ଉଚ୍ଚାରଣ କରି ଗାଇବାକୁ ଚେଷ୍ଟା କରେ।

୩) କିପରି ଗୀତ ଗାଇବାକୁ ପସନ୍ଦ କରନ୍ତି?
ଉ: ଗୀତ ଗାଇବା ପୂର୍ବରୁ ଲେଖାକୁ ତର୍ଜମା କରେ। ଯେଉଁ ଲେଖା ଭଲ ଥାଏ ଅର୍ଥାତ କିଛି ସାମାଜିକ, ସାହିତ୍ୟିକ ବାର୍ତ୍ତା ବହନ କରୁଥାଏ ଏବଂ ଶୁଦ୍ଧ ଭାଷାରେ ରଚନା କରାଯାଇଥାଏ ସେପରି ଗୀତ ଗାଇବାକୁ ମୁଁ ପସନ୍ଦ କରେ। ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ମୁଁ ଶୁଦ୍ଧ ଲେଖା ଚୟନ କରିଛି। ବିଶିଷ୍ଟ ସାହିତ୍ୟିକ ମାୟାଧର ମାନସିଂ, ଦେବଦାସ ଛୋଟରାୟ, ପ୍ରତିଭା ରାୟ, ହରପ୍ରସାଦ ରାୟ ପ୍ରମୁଖଙ୍କ ରଚନାରେ କଣ୍ଠଦାନ କରିଛି। ସ୍ୱଛନା, ସ୍କିଲ୍ ଇଣ୍ଡିଆ, ରସଗୋଲା, ପରିବେଶ ସରଂକ୍ଷଣ ନାରୀ ସଶକ୍ତିକରଣକୁ ନେଇ ସଙ୍ଗୀତ ସୃଷ୍ଟି କରିଛି।

୪) ଆଗକୁ କେଉଁ ସବୁ ଯୋଜନା ରଖିଛନ୍ତି?
ଉ: ଭଲ ଭଲ ଲେଖାକୁ ନେଇ ନେଇ ସାମାଜିକ ବାର୍ତ୍ତା ରଖୁଥିବା ତଥା ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଅନେକ ମ୍ୟୁଜିକ ଭିଡ଼ିଓର ଯୋଜନା ରହିଛି। ଗୀତ ଶ୍ରୋତାଙ୍କ ପାଖରେ ପହଞ୍ଚିଲେ ତାହା ସମସ୍ତଙ୍କୁ ଭଲ ଲାଗିବ ବୋଲି ଆଶା ରହିଛି।

୫) କାଳ୍ପନିକ ନା ବାସ୍ତବିକ ରଚନାରେ କଣ୍ଠଦାନ କରିବାକୁ ପସନ୍ଦ କରନ୍ତି?
ଉଭୟ କାଳ୍ପନିକ ଓ ବାସ୍ତବିକତାକୁ ନେଇ ମୁଁ କାମ କରିଛି। କୌଣସି ପ୍ରେମ ଭିତ୍ତିକ ସଙ୍ଗୀତ ଥିଲେ ସେଥିରେ ଅନେକ କଳ୍ପନା ଲୁଚି ରହିଥାଏ। ସେହିପରି କିଛି ସାମାଜିକ ସମସ୍ୟା ବା ସତ୍ୟ ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ବାସ୍ତବିକ ଲେଖାରେ କଣ୍ଠଦାନ କରିଛି। ଏହା ସହ ‘ମାୟା ଦର୍ପଣ’ ସଫଳତା ପରେ ଶ୍ରୋତାଙ୍କ ନିକଟରେ ସାହିତ୍ୟ ଭିତ୍ତିକ ସୁମୁଧର ସଙ୍ଗୀତ ପହଞ୍ଚାଇବାକୁ ସ୍ଥିର କରିଥିଲି।

୬) ଆପଣ ଜଣେ ସଫଳ କଣ୍ଠଶିଳ୍ପୀ ଭାବେ ଅନ୍ୟମାନଙ୍କୁ କ’ଣ ବାର୍ତ୍ତା ଦେବେ?
ଉ: ମୁଁ ସଫଳ କି ନୁହେଁ ତାହା ଜାଣିନାହିଁ ତାହା ଶ୍ରୋତା ହିଁ ସ୍ଥିର କରିବେ। କିନ୍ତୁ ନିଜ କାମରେ ମୁଁ ଆତ୍ମସନ୍ତୋଷ ଲାଭ କରେ। ତେଣୁ ଅ୍ୟମାନଙ୍କୁ ମଧ୍ୟ ବାର୍ତ୍ତା ଦେବାକୁ ଚାହିଁବି ନିଜକୁ କାମକୁ ଭଲ ପାଆନ୍ତୁ, ଯେଉଁ କାମ କରିବାକୁ ଆପଣଙ୍କ ହୃଦୟ ବା ବିବେକ ବାଧା ଦେଉ ନାହିଁ ସେହି କାମ ହିଁ କରନ୍ତୁ।

୭) ପ୍ରକୃତି ସହିତ ଆପଣଙ୍କ ସମ୍ପର୍କ କିପରି?
ଉ: କବି ହୁଅନ୍ତୁ ବା ଗାୟିକା ଆମେ ପ୍ରକୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରକୃତି ବା ପରିବେଶକୁ ଆମେ ଦର୍ଶକ ହୁଅନ୍ତୁ ପାଠକ ବା ଶ୍ରୋତାଙ୍କ ନିକଟରେ ପରିବେଷଣ କରିଥାଉ। ପ୍ରକୃତିର ସୁରକ୍ଷା ପାଇଁ ଆମେ ସମସ୍ତଙ୍କୁ ସଚେତନ କରାଇଥାଉ।

୮) ଓଡ଼ିଆ ଓ ହିନ୍ଦି ଭାଷାରେ ଗୀତ ଗାଇ ସଫଳତାର ଶିଖର ଛୁଇଁଛନ୍ତି ବଙ୍ଗଳା କିମ୍ବା ମରାଠିରେ ଭାଗ୍ୟ ପରୀକ୍ଷା କରିବେ କି?
ଉ: ଯେମିତି କି ସମସ୍ତେ ଜାଣନ୍ତି ଗୀତ ଗାଇବା ପୂର୍ବରୁ ଲେଖାର ଭାବାର୍ଥ ମୁଁ ଭଲସେ ପରଖି ନିଏ ତେଣୁ ଯେଉଁ ଭାଷା ହୋଇଥିଲେ ମଧ୍ୟ ଶୁଦ୍ଧ ହୋଇଥିବା ଦରକାର ଏବହ ଲେଖା ସାମାଜିକ ଗୁରୁତ୍ୱ ବହନ କରୁଥିଲେ ନିଶ୍ଚୟ ଗାଇବି।

୯) ପୁରସ୍କାର ପାଇଲେ କିପରି ଅନୁଭବ କରନ୍ତି? ପୁରସ୍କାରକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରନ୍ତି କି?
ଉ: ପୁରସ୍କାର ପାଇଲେ ଲାଗେ ଉଦ୍ଦେଶ୍ୟ ସାଧିତ ହୋଇଛି। ପରିବେଶ ସଂରକ୍ଷଣ ଉପରେ ମୋ ଗୀତ ‘ପୃଥିବୀ ମନ୍ଥନ’ ଆର୍ନ୍ତଜାର୍ତିୟ ସ୍ତରରେ ପୁରସ୍କୃତ ହୋଇଥିଲା। ଏହି ସମ୍ମାନ ଏପରି ଦିଗରେ କାମ କରିବାକୁ ଅଧିକ ଉତ୍ସାହିତ କରିଥାଏ। କିନ୍ତୁ ପୁରସ୍କାର ପାଇବା ପାଇଁ କେବେ ଯୋଜନା କରି ଗୀତ ଗାଇନି। ଜଣେ ନିଜର କାମ କରିଚାଲିଲେ ସଫଳତା ଆପେ ଆପେ ପହଞ୍ଚିଯାଏ।

୧୦) ଆପଣଙ୍କ ପରିବାରର କେଉଁମାନେ ସଂଗୀତ ଜଗତ ସହ ଜଡ଼ିତ?
ଉ: ମୋ ମା’ ଜଣେ ଭଲ କଣ୍ଟଶିଳ୍ପୀ ଥିଲେ। ସଙ୍ଗୀତ ମହାବିଦ୍ୟାଳୟରୁ ସେ ଅଧ୍ୟୟନ କରିଥିଲେ। ଗୁରୁ ବାଳକୃଷ୍ଣ ଦାସଙ୍କ ଶିଷ୍ୟା ଥିଲେ ମୋ ମା’। ମୋ ମାମୁଁ ମଧ୍ୟ ସଂଗୀତ ଜଗତ ସହ ଜଡ଼ିତ। ତେବେ ସ୍ୱର୍ଗତ ଅକ୍ଷୟ ମହାନ୍ତି ମଧ୍ୟ ଦୂର ସମ୍ପର୍କୀୟ ଭାଇ ଥିଲେ। ଏମାନଙ୍କ ଦ୍ୱାରା ମୁଁ ଖୁବ୍‌? ଅନୁପ୍ରାଣିତ ହୋଇଛି। ମୋ ବଡ଼ ଝିଅ ବି କ୍ଲାସିକାଲ୍‌? ସିଙ୍ଗର୍ ଯଦିଓ କାର୍ଯ୍ୟ ବ୍ୟସ୍ତତା ଭିତରେ ସଙ୍ଗୀତରୁ ସାମୟିକ ଭାବେ ବିରତ ଅଛି ତେବେ ଆଗକୁ ତା ସଙ୍ଗୀତ ଆଉ ଥରେ ଲୋକଲୋଚନକୁ ଆସିପାରେ।

୧୧) ସଙ୍ଗୀତ ଜଗତରେ କେଉଁ କେଉଁ ପରିବର୍ତ୍ତନ ଆଶା କରୁଛନ୍ତି?
ଉ: ଭଲ ଲେଖା ଭିତ୍ତିକ ତଥା ସୁମୁଧୁର ସଙ୍ଗୀତ କିଛି ମାତ୍ରାରେ ହଜି ଯିବା ଭଳି ଲାଗୁଛି। ତେଣୁ ଏପରି ସଙ୍ଗୀତ ପୁଣି ଆମ ପାଖକୁ ଫେରି ଆସିବ ବୋଲି ଭାବୁଛି।