ମେସ୍‌ରେ ଫିନାଇଲ୍ ମିଶା ଖାଦ୍ୟ ଖାଇ ୧୦ଜଣ କଲେଜ ଛାତ୍ର ଅସୁସ୍ଥ

ବାଲେଶ୍ୱର,ଏନ୍ଏନ୍ଏସ୍: ମେସ୍‌ରେ ଫିନାଇଲ୍ ମିଶା ଖାଦ୍ୟ ଖାଇ ଅସୁସ୍ଥ ହେଲେ ୧୦ଜଣ କଲେଜ ଛାତ୍ର। ବାଲେଶ୍ୱର ରୁପସାରେ ଥିବା ଏକ ଘରୋଇ କଲେଜ୍ ର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବା କାରଣରୁ ବର୍ତ୍ତମାନ ତାଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ରୋଷେଇ କରୁଥିବା ସମୟରେ ପାଚିକା ତରକାରୀରେ କ୍ଷୀର ବଦଳରେ ଫିନାଇଲ୍ ମିଶାଇ ଦେଇଥିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି।

କିନ୍ତୁ ବର୍ତ୍ତମାନ ଏହାର ସଠିକ୍ କାରଣ ଜଣାପଡ଼ି ନାହିଁ। ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।