ଛତିଶଗଡ଼ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ଭୁଶୁଡୁଛି ଲାଲ ଗଡ଼। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଆଜି ପୁଣି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ଅନୂସାରେ ବିଜାପୁର ନେମେଡି ଥାନା ଅନ୍ତର୍ଗତ କେକା ଏବଂ ମେସେଲା ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି।

ଏହି ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଥିବା ସୂଚନା ପାଇ ଡିଆରଜି ଏବଂ ସିଆରପିଏଫ ଯବାନ ଚଢ଼ାଉ କରିଥିଲେ। ଏହି ଅପରେସନ୍‌ରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଏହା ସହିତ ଜଣେ ସୁରକ୍ଷାକର୍ମୀ ମଧ୍ୟ ଗରୁତର ଭାବରେ ଆହାତ ହୋଇଥିବା ଛତିଶଗଡ଼ ପୋଲିସ୍ ପକ୍ଷଣୁ ସୂଚନା ଦିଆଯାଇଛି।