ଦୀପାବଳୀ ପରେ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର

ମୁମ୍ବାଇ,ଏଜେନ୍ସି: ରାଜ୍ୟରେ ଖୁବଶୀଘ୍ର ମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତେବେ ଦୀପାବଳୀ ପରେ ମନ୍ଦିର ଖୋଲାଯିବ ବୋଲି ସେ କହିଛନ୍ତି। ହୋଲି ପରଠାରୁ କୋଭିଡ୍ ପାଇଁ ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା। ଏବେ ଦେଖୁଦେଖୁ ଦୀପାବଳୀ ଆସିଲାଣି। ଗତ ନଅମାସ ଧରି ରାଜ୍ୟବାସୀ ବହୁତ ସାହାଯ୍ୟ କରିଛନ୍ତି। ତେବେ ବର୍ତ୍ତମାନ ରାଜ୍ୟ ଯେପରି କୋଭିଡ୍ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ସାମ୍ନା ନକରେ ସେଥିପ୍ରତି ଆମକୁ ସଜାଗ ହେବାକୁ ପଡ଼ିବ ବୋଲି ଉଦ୍ଧବ ଠାକରେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମନ୍ଦିରଗୁଡ଼ିକୁ ପୁଣିଥରେ ଖୋଲିବା ପାଇଁ ଗତ କିଛି ଦିନ ଧରି ଦାବି ହୋଇଆସୁଛି। କିଛି ହିନ୍ଦୁ ସଂଗଠନ ଗତ କିଛିମାସ ହେଲା ମନ୍ଦିର ଖୋଲିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି।