ଜମ୍ମୁରେ ହନୁମାନଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ ଜିଲ୍ଲା କଠୁଆ ଅନ୍ତର୍ଗତ ମହାନପୁର ଅଞ୍ଚଳରେ ଥିବା ଏକ ମନ୍ଦିରରେ ଭଙ୍ଗାରୁଜା ହୋଇଛି । ଏକ ଶିବ ମନ୍ଦିର ଭିତରେ ଥିବା ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଏହି କାଣ୍ଡ ଭିଆଇଥିବା ଅଭିଯୁକ୍ତମାନଙ୍କ ଗିରଫଦାରୀ ଦାବିରେ ସ୍ଥାନୀୟ ଲୋକେ ମହାନପୁର ନିକଟସ୍ଥ ଧାର ରୋଡରେ ଧାରଣା ପ୍ରଦର୍ଶନ କରିଛନ୍ତି । ଯେଉଁ କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏସ୍‌ଡିପିଓ ବିଲାବର ଅରବିନ୍ଦ କୁମାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏହି ଘଟଣାରେ ଏଫ୍‌ଆଇଆର୍‌ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରିବେ ବୋଲି ଏସଡିପିଓ ଆଶ୍ବସନା ଦେବା ପରେ ୩ ଘଣ୍ଟା ପରେ ଧାରଣା ପ୍ରଦର୍ଶନ ବନ୍ଦ ହୋଇଛି ।
ଜମ୍ମୁରେ ହନୁମାନଙ୍କ ମୂର୍ତ୍ତୀ ଭାଙ୍ଗିଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ସୋମବାର ମହାନପୁର ଅନ୍ତର୍ଗତ ପଲକ ଗାଁର ଲୋକେ ସବୁଦିନ ଭଳି ଶିବ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ । ସେମାନେ ମନ୍ଦିରରେ ଥିବା ହନୁମାନଙ୍କ ପ୍ରତିମୂର୍ତ୍ତି ଭଗ୍ନ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସମସ୍ତେ ଏକଜୁଟ ହୋଇ ଭଙ୍ଗା ମୂର୍ତ୍ତିକୁ ଧରି ଅଭିଯୁକ୍ତଙ୍କ ଗିରଫଦାରୀ ଦାବିରେ ରାସ୍ତାରେ ଧାରଣା ଦେଇଥିଲେ ।