୨ ବାଇକ ମୁହାଁମୁହିଁ: ଜଣେ ମୃତ ଓ ୩ ଗୁରୁତର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ସଡ଼କ ଦୁଘର୍ଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ଥାନା ଅନ୍ତଗର୍ତ ତୁଲସୀଡୁଙ୍ଗୁରି ଗ୍ରାମର ୨ଜଣ ଯୁବକ ବାଇକରେ ଫେରୁଥିବାବେଳେ ଉଲବା ଗ୍ରାମର ଭଜ ଧରୁଆ ଓ ରାଜେଶ ଭୁଏ ପାଟଣାଗଡ଼ ପଟୁ ଯାଉଥିବାବେଳେ ସମ୍ନାସାମ୍ନି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଭଜ ଧରୁଆର ମୃତ୍ୟୁ ହୋଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଗୁରୁତରଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ପରେ ପାଟଣାଗଡ଼ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଏକ ଦୁଘର୍ଟଣାଜନିତ ମକଦ୍ଦମା ରୁଜୁ କରି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି ।