ପାକିସ୍ତାନ ଯିବନି ଭାରତୀୟ କ୍ରିକେଟ ଟିମ୍

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବାର୍ଷିକ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ପରେ ଆଗାମୀ ବର୍ଷ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିବନି ବୋଲି ବିସିସିଆଇ ସଚିବ ଜୟ ଶାହ ସ୍ପଷ୍ଟ କରିଛନ୍ତି । ଏଥିସହିତ ଟୁର୍ଣ୍ଣାମେଣ୍ଟକୁ ତଟ୍ଟୀୟ ସ୍ଥଳରେ କରିବାକୁ ମଧ୍ୟ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଆର୍ଥିକ ସଙ୍କଟ କାରଣରୁ ଏସିଆ କପ୍ ୨୦୨୨ ଆୟୋଜନ କରିବାରେ ତଟ୍ଟୀୟ କ୍ଷେତ୍ର ଶ୍ରୀଲଙ୍କା ଅସମର୍ଥତା ବ୍ୟକ୍ତ କରିଥିଲା । ସେଥିପାଇଁ ଏହାର ଆୟୋଜନ ୟୁଏଇରେ କରାଯାଇଥିଲା ।