ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ୱ ଏକଜୁଟ ହେବା ଜରୁରୀ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଇଣ୍ଟରପୋଲର ୯୦ତମ ସାଧାରଣ ବାର୍ଷିକ ମହାସଭାକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ବିଶ୍ୱକୁ ଆହୁରି ଭଲ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଛି । ଆତଙ୍କବାଦକୁ ଶେଷ କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ ହେବା ନିତାନ୍ତ ଜରୁରୀ । ଏହାଦ୍ୱାରା ଆଶ୍ରୟ ନେବା ପାଇଁ ଆତଙ୍କବାଦୀଙ୍କୁ ଆଉ କୌଣସି ସ୍ଥାନ ମିଳିବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଜଳବାୟୁ ସହ ଜଡ଼ିତ ଲକ୍ଷ୍ୟଠୁ ଆରମ୍ଭ କରି କରୋନା ଟିକା ପର୍ଯ୍ୟନ୍ତ ଭାରତ ସବୁଥିରେ ନେତୃତ୍ୱ ନେବାର ଇଚ୍ଛା ଜାହିର କରିଛି । ଏମିତି ସମୟରେ ଯେତେବେଳେ ରାଷ୍ଟ୍ର ଓ ସମାଜ ନିଜ ହିତ କଥା ଚିନ୍ତା କରୁଛନ୍ତି ସେତେବେଳେ ଭାରତ ହିଁ ଏକମାତ୍ର ଦେଶ ଯିଏକି ବ୍ୟାପକ ଅନ୍ତରାଷ୍ଟ୍ରୀୟ ସହଯୋଗ କଥା କହୁଛି ।