ନୋରା ଫତେହୀଙ୍କ ଡ୍ୟାନ୍ସ ଶୋ’ ରଦ୍ଦ କଲା ବାଙ୍ଗଲାଦେଶ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏଭଳି ସ୍ଥିତିରେ ଟଙ୍କା ବଞ୍ଚାଇବା ପାଇଁ ସରକାର ନୂଆ ନୂଆ ପନ୍ଥା ମଧ୍ୟ ଆପଣାଉଛନ୍ତି । ଇତିମଧ୍ୟରେ ବାଙ୍ଗଲାଦେଶ ସରକାର ଟଙ୍କା ବଞ୍ଚାଇବା ପାଇଁ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ଡ୍ୟାନ୍ସ କାର୍ଯ୍ୟକ୍ରମ ଉପରେ ରୋକ ଲାଗଇଛନ୍ତି । ବଙ୍ଗାଲାଦେଶର ରାଜଧାନୀ ଢାକାରେ ନୋରାଙ୍କ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ସରକାର ଅନୁମତି ଦେବାକୁ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି ।

ବାଙ୍ଗଲାଦେଶ ସାଂସ୍କୃତିକ ମନ୍ତ୍ରଣାଳୟ କହିଛନ୍ତି ଯେ, ବୈଶ୍ୱିକ ସ୍ଥିତି ଏବଂ ବିଦେଶୀ ମୁଦ୍ରା ଭଣ୍ଡାରକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ନୋରା ଫତେହୀଙ୍କ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇ ନାହିଁ । ନୋରା ନଭେମ୍ବର ୧୮ରେ ଢାକାର ଓି୍ୱମେନ ଲିଡରସିପ କର୍ପୋରେସନର ଏକ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବା ସହ ପୁରସ୍କାର ପ୍ରଦାନ କରିଥାନ୍ତେ ।