ଟ୍ରେନରେ କଟି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍:ଭୁଲରେ ଆଉ ଏକ ଟ୍ରେନରେ ଚଢ଼ିଯାଇ ଟ୍ରେନରୁ ଡେଇଁ ପଡ଼ିବାପରେ ଜଣେ ଶିକ୍ଷୟତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତକ ଶିକ୍ଷୟତ୍ରୀ ଜଣକ ହେଲେ ଜୋସ୍ନା ପରମାର (୪୬) । ସୂଚନା ଅନୁସାରେ ଜୋସ୍ନାଙ୍କ ଘର ମହାରାଷ୍ଟ୍ରର ଫନାସ ନଗର ଅଞ୍ଚଳରେ । କିଛିବର୍ଷ ହେବ ଝାଡ଼ଖଣ୍ଡର କରମଡ଼ିହିରେ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । ଗତ ୨୪ ତାରିଖରେ ବଡ଼ଦିନ ଛୁଟିରେ ସେ ତାଙ୍କ ଭଉଣୀଘର ଝାରସୁଗୁଡ଼ାକୁ ଆସି ଏଠାରୁ ମୁମ୍ବାଇ ଯିବାକୁ ବାହାରିଥିଲେ । ଯିବାପାଇଁ ହାୱଡ଼ା-ପୋରବନ୍ଦରରେ ଟିକଟ ହୋଇଥିଲା । କିନ୍ତୁ ସେ ଭୁଲ ବସତଃ ଗୀତାଞ୍ଜଳି ଟ୍ରେନରେ ଚଢ଼ିଯାଇଥିଲେ । ଟ୍ରେନ ଝାରସୁଗୁଡ଼ା ଷ୍ଟେସନରୁ ବାହାରିଯିବା ପରେ ଜୋସ୍ନା ଜାଣିବାକୁ ପାଇଲେ ଯେ ସେ ଭୁଲ ଟ୍ରେନରେ ଚଢ଼ିଛନ୍ତି। ତେଣୁ ସେ ଟ୍ରେନରୁ ଡେଇଁପଡ଼ିବା ବେଳେ ଟ୍ରେନ ଚକ ତଳକୁ ଆସିଯାଇ ଥିଲେ । ଫଳରେ ସେ ଦୁଇଖଣ୍ଡ ହୋଇଯାଇଛନ୍ତି। ରେଳବାଇ ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।