ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅଁଲାଭଟା ଗାଁର ସଡ଼କ ଦୁର୍ଘଟଣାରେ ଜଣେ ସରକାରୀ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବିନପୁର ଗାଁର ଦୁର୍ବଲ ସୁନାନୀ । ଦୁର୍ବଲ ସୁନାନୀ ଅଂଲାଭଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲେ ।
ମିଳିଥିବା ରିପୋର୍ଟ ମୁତାବକ, ଦୁର୍ବଲ ମୋଟରସାଇକେଲ ଯୋଗେ ବିନପୁରରୁ ତାଙ୍କ ପୁଅକୁ ଭେଟିବା ପାଇଁ ତରବୋଡ଼ ନବୋଦୟ ସ୍କୁଲକୁ ଯାଉଥିଲେ । ଏହି ସମୟରେ ରଜନା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଡମ୍ପର ଗାଡ଼ିରେ ପିଟି ହୋଇଥିଲେ । ଫଳରେ ଗୁରୁତର ଭାବରେ ପ୍ରଥମେ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ପରେ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲା ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜାଣିବା ପରେ ରୁନିବସା ଗାଁରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ବୋଡେନ ଇନଚାର୍ଜ ବିଇଓ ପ୍ରେମାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା ।