ନୂଆପଡ଼ା ଗସ୍ତରେ ସୁବ୍ରତ ବାଗଚି

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ସୁବ୍ରତ ବାଗଚି ନୂଆପଡ଼ା ଜିଲ୍ଲାକୁ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେଖଡ଼ିଆଳସ୍ଥିତ ଜିଲ୍ଲାର ସର୍ବପ୍ରାଚୀନ ହାଇସ୍କୁଲ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲରେ ଦକ୍ଷତା ବୃଦ୍ଧି ଏବଂ ଜୀବନର ଲକ୍ଷ୍ୟ ବାଛିବା ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ନୂଆପଡ଼ା ଜିଲ୍ଲା ଲଖନା ଗ୍ରାମର ଗୌତମ ସାହୁଙ୍କ ଜୀବନ ଉପରେ ଗୁରୁତ୍ୱ ଦେଇ ତାଙ୍କ ସଫଳତା ସମ୍ବନ୍ଧରେ କହିଥିଲେ । ସେଠାରୁ ପାରାଦ୍ୱପୀସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରେ ପହଞ୍ଚିଥିଲେ । ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ଭୋଜନ ମଧ୍ୟ କରିଥିଲେ । ଏହି ସମୟରେ ନୂଆପଡ଼ା ଜିଲ୍ଲାପାଳ ସ୍ୱାଧା ଦେବ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ସାମ୍ବାଦିକଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ । ନୂଆପଡା ଜିଲ୍ଲା ଲଖନା ଗ୍ରାମର ଗୌତମ ସାହୁଙ୍କ ସଫଳତା ସହ ବରଗଡ଼ ଜିଲ୍ଲାର ଝିଅ ରେଳ ଡିଜେଲ ଇଞ୍ଜିନ ଚଲାଇ ଇତିହାସ ରଚିଥିବା କାହାଣୀ କହିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମଞ୍ଚେଶ୍ୱରଠାରେ ୧୨୦୦ କୋଟି ଟଙ୍କା ବ୍ୟୟରେ ବିଶ୍ୱ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ନିର୍ମାଣ ହେଉଥିବାବେଳେ ଏହି କେନ୍ଦ୍ରକୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ପଠାଇବାକୁ ଆହ୍ୱାନ କରିଥିଲେ । ଭାରତର ୧୦୦ଟି ପ୍ରମୁଖ ଶିଳ୍ପ କେନ୍ଦ୍ର ମଧ୍ୟରୁ ଓଡ଼ିଶାର ୧୧ଟି ଶିଳ୍ପ କେନ୍ଦ୍ର ସ୍ଥାନୀତ ହୋଇଛି । ସେହିପରି ନୂଆପଡ଼ାର ୨ଟି ଶିଳ୍ପ କେନ୍ଦ୍ର ଓଡ଼ିଶାର ଶ୍ରେଷ୍ଠ ୨୦ଟି ଶିଳ୍ପ କେନ୍ଦ୍ରରେ ସ୍ଥାନ ରହିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ବୈଷୟିକ ଶିକ୍ଷା ଦକ୍ଷତା ବୃଦ୍ଧିରେ ନୂଆପଡ଼ା ନିଜର ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିବ ବୋଲି ଶ୍ରୀ ବାଗଚି ପ୍ରକାଶ କରିଛନ୍ତି ।