କୋଟିଏରୁ ଊଦ୍ଧ୍ୱ ନଗଦ ଟଙ୍କା ଉପରେ କଟିବନି ଟିଡିଏସ

ନୂଆଦିଲ୍ଲୀ ,ଏଜେନ୍ସି : କୃଷି କ୍ଷେତ୍ରକୁ ମୋଦୀ ସରକାର ଏକ ବଡ଼ଧରଣର ଆଶ୍ୱସ୍ତି ଦେଇଛନ୍ତି । ବର୍ତ୍ତମାନ କୃଷି ଉତ୍ପାଦନ ବଜାର କମିଟି (ଏପିଏମ୍ସି) ଜରିଆରେ ୧ କୋଟି ଟଙ୍କାରୁ ଅଧିକ ନଗଦ ନେଣଦେଣ ଉପରେ ଟିଡିଏସ କଟିବ ନାହିଁ । ଚାଷୀମାନଙ୍କୁ ଉତ୍ପାଦନ ମିଳିବାରେ ଅନେକ ସମସ୍ୟାର ସାମନା କରିବାକୁ ପଡ଼ୁଛି, ଯାହାକୁ ଦୃଷ୍ଟିରେ ରଖି ସରକାର ଟିଡିଏସ ଉପରେ ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟ ଏବଂ କମ ନଦଗ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ଗତ ସାଧାରଣ ବଜେଟରେ ବର୍ଷେ ମଧ୍ୟରେ ୧ କୋଟିରୁ ଅଧିକ ଟଙ୍କାର ଉଠାଣ ଉପରେ ୨% ଟିଡିଏସ କଟାଯିବ ବୋଲି ଘୋଷଣା କରିଥିଲେ । ଏହି ନୂତନ ନିୟମ ୨୦୧୯ ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟ କରି କହିଛନ୍ତି ଯେ, ଏପିଏମସି ତରଫରୁ ଚିନ୍ତା ବ୍ୟକ୍ତ କରାଯିବା ପରେ ୧ କୋଟିରୁ ଅଧିକ ନଗଦ ଟଙ୍କାର ନେଣଦେଣ ଉପରେ ୨% ଟିଡିଏସ ନକାଟିବାକୁ ନିର୍ଣ୍ଣୟ ନିଆଯାଇଛି । ଫଳରେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନର ତକ୍ରାଳ ପରିଶୋଧକୁ ସୁନିଶ୍ଚିତ କରାଯିବ ।