‘ଫୋର୍ଡ’ର କାରଖାନା କିଣିବା ଦୌଡ଼ରେ ଟାଟା ମୋଟରର୍ସ ମାରିଲା ବାଜି, ଏଠାରେ ଉତ୍ପାଦନ କରିବ ଇଲେକ୍ଟ୍ରିକ୍ କାର!

ନୂଆଦିଲ୍ଲୀ,ଏଜେନ୍ସି: ଫୋର୍ଡ ମୋଟରର୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଆଶ୍ଚର୍ଯ୍ୟ ଘୋଷଣା କରି ଗତ ଏପ୍ରିଲ ମାସରେ ନିଜର କାମ ବନ୍ଦ କରିଦେଇଥିଲା । ମାତ୍ର ଏହି ଫଇସଲା କଂପାନୀ ଗତ ବର୍ଷ ନେଇସାରିଥିଲା । ଏଥି ସହିତ କଂପାନୀ ଭାରତରେ ଏବେ ନିଜର ସାନନ୍ଦସ୍ଥିତ କାରଖାନାର ଆବଶ୍ୟକତା ରଖି ନାହିଁ । ଏମିତିରେ ଅନେକ ବାହନ ଉତ୍ପାଦନକାରୀ କଂପାନୀ ଏହି କାରଖାନାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ଏହି ଆଶା ପୂରଣ କରିଛି ଟାଟା ମୋଟରର୍ସ । ଏଠାରେ ଟାଟା ମୋଟରର୍ସ କାର ଉତ୍ପାଦନ କରିବ ।

ଟାଟା ମୋଟରର୍ସ ଏହି କାରଖାନାରେ ଟେକ୍ନୋଲୋଜି ସଂଶୋଧନ ଓ ଆବଶ୍ୟକ ପରିମାଣରେ ଅନ୍ୟ ଭିତ୍ତିଭୂମି ପରିବର୍ତ୍ତନ କରି ଏଠାରେ ଇଲେକ୍ଟ୍ରିକ କାର ଉତ୍ପାଦନ କରିପାରେ । ଟାଟା ମୋଟରର୍ସକୁ ଗୁଜରାଟ ସରକାରଙ୍କ ତରଫରୁ ଅନୁମୋଦନ ମିଳିଛି । ଆଶା କରାଯାଉଛି ଯେ, ଖବ୍ କମ ଦିନ ଭିତରେ ଟାଟା ମୋଟରର୍ସ ଓ ଫୋର୍ଡ ମୋଟରର୍ସ କଂପାନୀ ମଧ୍ୟରେ ଏକ ବୁଝାମଣା ହେବ । ଏହି କାମ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ହେବ ।