ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ହେଲେ ତରୁଣ କୁମାର

ନୂଆଦିଲ୍ଲୀ: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ରୂପେ ନିଯୁକ୍ତ କରାଯାଇଛି । ପ୍ରେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏକ ଆଦେଶରେ ଏହି ସୂଚନା ଦିଆଯାଇଛି । କ୍ୟାବିନେଟର ନିଯୁକ୍ତି ସମିତି ପ୍ରଧାମନ୍ତ୍ରୀଙ୍କ ପରାମର୍ଶଦାତା ରୂପେ କପୁରଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କପୁରଙ୍କ ନିଯୁକ୍ତି ୨ ବର୍ଷ ପାଇଁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି ।

ଚନାଯୋଗ୍ୟ, ତରୁଣ କପୁର ଭାରତୀୟ ପ୍ରଶାସନିକ ସେବାର ୧୯୮୭ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡରର ଅଧିକାରୀ ଥିଲେ । ସେ ଗତ ବର୍ଷ ନଭେମ୍ବର ୩୦ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ସଚିବ ପଦରୁ ଅବସର ନେଇଥିଲେ ।