ପାଟଣାଗଡ଼ ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ପାଟଣାଗଡ଼ ଗସ୍ତ କରିଛନ୍ତି । ପ୍ରଥମେ ବିଶ୍ୱକର୍ମା ମନ୍ଦିର କଲ୍ୟାଣ ମଣ୍ଡପରେ ପହଁଞ୍ଚି ଜିଲ୍ଲାର ବରିଷ୍ଠ ବିଜେପି ନେତାଙ୍କ ସହ ଏକ ବୈଠକ କରିଥିଲେ । ନୂତନ ଭାବେ ବିଜୟ ହୋଇଥିବାରୁ ଜନ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇ ତୃଣମୂଳସ୍ତରରୁ ଦଳକୁ କେମିତି ମଜଭୁତ କରିହେବ ସେନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ପାଟଣାଗଡ଼ ବ୍ଲକର ୨ଥର ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ପରଲୋକରେ ଉଲବା ଗାଁକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଭକ୍ତବନ୍ଧୁ ଜଣେ ତୃଣମୂଳସ୍ତରର ନେତା ଥିଲେ । ଜିଲ୍ଲାରେ ଦଳକୁ ମଜଭୁତ କରିବାରେ ତାଙ୍କର ଅନେକ ଅବଦାନ ରହଥିବାବେଳେ ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି ସମୟରେ ଶ୍ରୀ ମହାନ୍ତିଙ୍କ ସହ ବଲାଙ୍ଗିର ଲୋକସଭା ସଦସ୍ୟ ସଂଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ଠାକୁର ରଣଜିତ ଦାସ ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସମେତ ବହୁ ବିଜେପି କର୍ମୀ ସ୍ୱର୍ଗତ ନାୟକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।