ବର୍ଲିନରେ ପିଲାଙ୍କ ସହ ମୋଦୀଙ୍କ ଖାସ୍ ଭେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତରେ ଯାଇ ଆଜି ଜର୍ମାାନୀର ବର୍ଲିନରେ ପହଂଚିଛନ୍ତି । ଏହି ଅବସରରେ ଜର୍ମାନୀ-ଡେନମାର୍କ ଓ ଫ୍ରାନ୍ସର ୨୫ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ । ଉକ୍ତ ବୈଠକରେ ଶକ୍ତି, ସୁରକ୍ଷା ଓ ଆର୍ଥିକ ଭଳି ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏହି ଗସ୍ତ ସମୟରେ ମୋଦୀ ଜର୍ମାନୀ ଚାନ୍ସେଲର ଔଲାଫ ସ୍କୋଲଜ, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁୟେଲ ମେକ୍ରୋଙ୍କୁ ଭେଟିବେ । ସେଠାରେ ଥିବା ଭାରତୀୟବାସୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାମନ୍ତ୍ରୀ ମୋଦୀ ବର୍ଲିନରେ ଏକ ହୋଟେଲରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ବନ୍ଦେ ମାତରମ ଓ ଭାରତ ମାତା କି ଜୟ ନାରାରେ ତାଙ୍କୁ ସ୍ୱାଗତ କରିଥିଲେ । ମୋଦୀଙ୍କ ସ୍ୱାଗତ ପାଇଁ ଅନେକ ପିଲା ମଧ୍ୟ ଉପସ୍ଥିତ ଥିଲେ। ମୋଦୀଙ୍କ ସ୍କେଚରେ ପିଲାମାନେ ତାଙ୍କ ଅଟୋଗ୍ରାଫ ମଧ୍ୟ ନେଇଥିଲେ । ଅନ୍ୟଜଣେ ପିଲା ଦେଶଭକ୍ତି ସହ ଜଡ଼ିତ ଏକ ଗୀତ ଗାଇଥିଲେ । ମୋଦୀ ମଧ୍ୟ ଉକ୍ତ ପିଲା ସହ ଗୀତଟି ଗୁଣୁ ଗୁଣେଇ ଥିଲେ । ଆଉ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।