ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ତାମିଲନାଡ଼ୁ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ଏକ ବୁଲେଟିନ ଅନୁସାରେ, ଏମକେ ଷ୍ଟାଲିନ ଜୁଲାଇ ୧୨ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ଷ୍ଟାଲିନଙ୍କ କରୋନା ସମ୍ବନ୍ଧୀୟ ଲକ୍ଷଣ ଯାଞ୍ଚ କରିବା ପାଇଁ ଅଲବାରପେଟର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ୨ଦିନ ପୂର୍ବରୁ ଟ୍ୱିଟ୍ କରି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ । ଆଉ ମାସ୍କ ପିନ୍ଧିବା ସହ ଟିକା ନେବାକୁ ସମସ୍ତଙ୍କୁ ଅପିଲ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ଜୁଲାଇ ୧୧ ଓ ୧୨ରେ ଏମକେ ଷ୍ଟାଲିନ ଏକ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଉକ୍ତ ବିବାହରେ ଷ୍ଟାଲିନ ଅନେକ ଲୋକଙ୍କୁ ଭେଟିବା ସହ ମାସ୍କ ମଧ୍ୟ ପିନ୍ଧି ନଥିଲେ । ଏହାବ୍ୟତୀତ ଜୁଲାଇ ୯ରେ ତିଋବନ୍ନାମଲାଇ ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମରେ ବଡ଼ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ସତ୍ୱେ ଷ୍ଟାଲିନ ମାସ୍କ ପିନ୍ଧି ନଥିବା ଜଣାପଡ଼ିଛି ।