ବିପୁଳ ପରିମାଣରେ ମହୁଲ ପୋଚ ଓ ଦେଶୀ ମଦ ନଷ୍ଟ , ୨ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଡୋଳାମଣୀ ଧରୁଆ ଓ ଡୁଗୁରୁ କୁଅଁର ।

ମିଳିଥିବା ରିପୋର୍ଟ ମୁତାବକ, ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ପାଟଣାଗଡ଼ ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ବିଭାଗର ଅଜିତ ସାହୁ ଓ ବୁଲୁ ସେଠୀଙ୍କ ସହ ଅନ୍ୟ କର୍ମଚାରୀମାନେ ଗ୍ରାମର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଏହି ସମୟରେ ଦେଶୀ ମଦ ରନ୍ଧା ଯାଉଥିବା ଆବଶ୍ୟକ ଜିନିଷ ପତ୍ର ସହ ୩୫୦୦କେଜି ମହୁଲ ପୋଚ ଓ ୧୯୮ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ । ଏଥିସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ଓ ଦେଶୀ ମଦର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ କହିଛନ୍ତି ।