ଦଲେର ମେହେନ୍ଦୀଙ୍କୁ ୨ ବର୍ଷ ସଜା

ପଞ୍ଜାବ: ପଞ୍ଜାବୀ ସିଙ୍ଗର ଦଲେର ମେହେନ୍ଦୀଙ୍କୁ ମାନବ ଚାଲାଣ ମାମଲାରେ ୨ ବର୍ଷ ସଜା ହୋଇଛି । ପଞ୍ଜାବ ପୁଲିସ ଦଲେରଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

୨୦୧୮ରେ ଟ୍ରାୟଲ କୋର୍ଟ ଉକ୍ତ ମାମଲାରେ ଦଲେର ମେହେନ୍ଦୀଙ୍କୁ ୨ ବର୍ଷର ସଜା ଶୁଣାଇଥିଲେ । ପରେ ତାଙ୍କୁ ଜାମିନ ମିଳି ଯାଇଥିଲା । କିନ୍ତୁ ଉକ୍ତ ରାୟକୁ ଦଲେର ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପଟିୟାଲାର ଆଡିସନାଲ ସେସନ ଜଜ୍ ଦଲେରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହିତ ଟ୍ରାୟଲ କୋର୍ଟର ଫଇସଲାକୁ ବଳବତ୍ତର ରଖିଥିବା ଜଣାପଡ଼ିଛି ।