ଭାଙ୍ଗିଲା ତାମସା ମୁଖ୍ୟ କେନାଲ, ଘରେ ପଶିଲା ପାଣି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଏମଭି-୭ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗି ଯାଇଛି। ଫଳରେ ଗାଁ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହେବା ସହ ପାଣି ଘେରରେ ଫସିଛନ୍ତି ଲୋକ। ନିମ୍ନମାନର କାମ ହେତୁ କେନାଲ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଏମ୍‌ଭି-୨ ଗାଁ ଭିତରେ ବି ପାଣି ପଶିବା ଫଳରେ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ଏଥିଯୋଗୁ ଲୋକଙ୍କ ବହୁ କ୍ଷତି ହୋଇଛି।