ରାଜ୍ୟରେ ୬ ହଜାର ପାର ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ପ୍ରକୋପ ବହୁ ଜୋରରେ ବ୍ୟାପିବାରେ ଲାଗିଛି। ଏହି ମଧ୍ୟରେ ଆଜି ରାଜ୍ୟରେ ସର୍ବାଧିକ ସଂଖ୍ୟକ କୋଭିଡ ପଜିଟିଭ କେସ୍ ସାମ୍ନାକୁ ଆସିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୬,୧୬୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୩,୫୭୫ ଜଣ ସଂଗରୋଧ କେନ୍ଦ୍ରର ଥିବା ବେଳେ ୨,୫୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଏଥିସହିତ ଖୋର୍ଦ୍ଧାରୁ ସର୍ବାଧିକ ୧,୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୪୫୯, କଳାହାଣ୍ଡିରୁ ୪୫୨, ସୁନ୍ଦରଗଡ଼ରୁ ୪୨୭, କଟକରୁ ୩୬୦, ଝାରସୁଗୁଡ଼ାରୁ ୩୫୫, ପୁରୀରୁ ୨୮୬, ଷ୍ଟେଟପୁଲରୁ ୨୪୧, ବରଗଡ଼ରୁ ୨୩୬, ସମ୍ବଲପୁରରୁ ୨୨୯, ବଲାଙ୍ଗିରରୁ ୨୨୬, ନବରଙ୍ଗପୁରରୁ ୨୦୭, କେନ୍ଦୁଝରରୁ ୨୦୫, ଯାଜପୁରରୁ ୧୫୪, ମୟୂରଭଞ୍ଜରୁ ୧୩୬, ଅନୁଗୁଳରୁ ୧୩୬, ଗଞ୍ଜାମରୁ ୧୩୫, ରାୟଗଡ଼ାରୁ ୧୦୫, ନୟାଗଡ଼ରୁ ୯୯, ସୋନପୁରରୁ ୯୯, ବାଲେଶ୍ୱରରୁ ୭୮, ଭଦ୍ରକରୁ ୭୧, ଜଗତସିଂହପୁରରୁ ୬୩, ଗଜପତିରୁ ୫୫, କେନ୍ଦ୍ରାପଡ଼ାରୁ ୪୮, କୋରାପୁଟରୁ ୪୫, ବୌଦ୍ଧରୁ ୩୮, ଦେବଗଡ଼ରୁ ୩୧, କନ୍ଧମାଳରୁ ୨୩, ଢ଼େଙ୍କାନାଳରୁ ୧୭ ଓ ମାଲକାନଗିରିରୁ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୭୯ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୫୧ ହଜାର ୩୮୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୫ ହଜାର ୭୫ ଜଣ ଚିକିତ୍ସାଧୀନ ଅଛନ୍ତି।