କଂଗ୍ରେସ ନେତା ଓ ପୂର୍ବତନ ମନ୍ତ୍ରୀ ଏକେ ୱାଲିଆଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏହି ମଧ୍ୟରେ ଆଜି ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ କୁମାର ୱାଲିଆଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦିଲ୍ଲୀସ୍ଥିତ ଆପୋଲୋ ହସ୍ପିଟାଲରେ ଏପ୍ରିଲ ୨୨ ତାରିଖ ରାତି ୧ଟା ୩୦ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ୱାଲିଆଙ୍କ ପରଲୋକ ହୋଇଛି।

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅନିଲ କୁମାର କହିଛନ୍ତି ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡୁଛି ଆମ ଦିଲ୍ଲୀ କଂଗ୍ରେସର ଲୋକପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ କୁମାର ୱାଲିଆ ଆଉ ନାହାନ୍ତି। କରୋନା କାରଣରୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।