ଅର୍ଥ ପାଇଁ ବନ୍ଧା ପଡ଼ିଛି ପ୍ରତିଭା

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକର ଭଉଁରିଆ ପଞ୍ଚାୟତ ରାମକାପୁର ଗ୍ରାମର ପ୍ରଭାକର ବେହେରା ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ନିଜ ଅଦମ୍ୟ ଚେଷ୍ଟା ବଳରେ ସେ ଆଜି ଜାତୀୟସ୍ତରର ଜଣେ ପ୍ରତିଯୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ହରିଆଣାର କର୍ଣ୍ଣାଲଠାରେ ହେବାକୁ ଥିବା ଜାତୀୟ ହୁଇଲଚେୟାର ଫ୍ୟାନ୍ସି ଚମ୍ପିୟାନସିପ୍ ପ୍ରତିଯୋଗିତା ୨୦୨୦-୨୧ରେ ଓଡ଼ିଶାରୁ ଭାଗ ନେଉଥିବା ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଭାକର ବେହେରାଙ୍କ ନାମ ରହିଛି। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ। ପ୍ରଭାକରଙ୍କୁ ୨୩ ମାର୍ଚ୍ଚରେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ପହଞ୍ଚିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ହେଲେ କରୋନା ଗାଇଡଲାଇନ ଅନୁସାରେ ସବୁ ପ୍ରତିଯୋଗୀଙ୍କୁ ନିଜସ୍ୱ କିଟ ବ୍ୟବହାର କରିବା ପାଇଁ କୁହାଯାଇଛି। ପ୍ରଭାକରଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏହା ତାଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ପ୍ରଭାକର କିଭଳି ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।