ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ସାମଲ ଉଦଘାଟନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଡେପୁଟି କଲେକ୍ଟର ଆଲୋମଣୀ ସେଠ ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ଜିଲ୍ଲାରେ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତିି ନେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତିି। ଏହିକ୍ରମରେ ଆଜି ଝାରସୁଗଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଡେପୁଟି ଡାଇରେକ୍ଟର ପ୍ଲାନିଙ୍ଗ ଏଠାରେ ମୁଖ୍ୟ ଭାବରେ କାର୍ଯ୍ୟ କରିବେ। ତାଙ୍କସହ ପ୍ଲାନିଙ୍ଗ ୟୁନିଟର ଏକ୍ସପର୍ଟ, ଜଣେ ଡାଟା ଏଣ୍ଟ୍ରି ଅପରେଟର ଓ ମେସେଞ୍ଜରଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ପଶ୍ଚିମ ଓଡ଼ିଶାରେ କରାଯାଉଥିବା କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବାସହ ବିକାଶ ପାଇଁ କରାଯାଉଥିବା ଯୋଜନା ଅବା ଖସଡ଼ା ପ୍ରସ୍ତୁତି ଅଧିକ ଭଲ ଭାବରେ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି।