ପାହାଡ଼ରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ପେଡାକୋଣ୍ଡା ପଞ୍ଚାୟତର ଏମଭି-୯୭ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଖୋକନ ମଣ୍ଡଳଙ୍କ ପୁଅ ସୌଲେନ୍ ମଣ୍ଡଳ ଗତ ୩ ମାସ ହେବ ନିଖୋଜ ଥିଲେ । ଆଜି ତାଙ୍କ ଗଳିତ ମୃତଦେହ ଦୁର୍ମାଗୁଡା ପାହାଡ ଉପରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ବେକରେ ଏକ ଗାମୁଛା ଲାଗି ପାହାଡ ଉପରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଗ୍ରାମବାସୀ ପୁଲିସକୁ ଖବର ଦେବାପରେ ପୁଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।