ଭାରତୀୟ ଖାଦ୍ୟ ପ୍ରତି ତାଇବାନ ରାଷ୍ଟ୍ରପତିଙ୍କ ରୁଚି

ନୂଆଦିଲ୍ଲୀ: ତାଇବାନ ରାଷ୍ଟ୍ରପତି ବହୁବାର ଭାରତ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଜାହିର କରିଛନ୍ତି। ଆଉ ଏବେ ପୁଣିଥରେ ଭାରତୀୟ ସଂସ୍କୃତି ପ୍ରତି ଜବରଦସ୍ତ ଭଲପାଇବା ଦେଖାଇଛନ୍ତି। ତାଇବାନ ରାଷ୍ଟ୍ରପତି ଟ୍ୱିଟ୍ କରି ଭାରତୀୟ ଖାଦ୍ୟ ଓ ଚା’ର ଖୁବ୍ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ ଚଣା ମସଲା ଓ ନାନ ଖାଇବା ପାଇଁ ସେ ଲଗାତାର ଭାରତୀୟ ରେସ୍ତୋରାଁ ଯାଆନ୍ତି ବୋଲି କହିଛନ୍ତି।

ରାଷ୍ଟ୍ରପତି ତାଇବାନରେ ଥିବା ଭାରତୀୟ ରେସ୍ତୋରାଁର ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ତାଇବାନରେ ଭାରତୀୟ ରେସ୍ତୋରାଁ ଥିବାରୁ ତାଇବାନ ଭାଗ୍ୟଶାଳୀ । ଚା’ ମୋତେ ସର୍ବଦା ଜୀବନ୍ତ, ବିବିଧ ଓ ରଙ୍ଗରେ ପୂର୍ଣ୍ଣ ଦେଶ ଭାରତ କଥା ମନେ ପକାଇଥାଏ।

ସୂଚନାଯୋଗ୍ୟ, ତାଇବାନର ଚୀନ ସହ ଜୋରଦାର ସଂଘର୍ଷ ଜାରି ରହିଥିବାବେଳେ ଭାରତୀୟ ଜନମାନସ ଭରପୂର ମାତ୍ରାରେ ତାଇବାନର ସମର୍ଥନ କରୁଥିôବା ଦେଖିବାକୁ ମିଳିଛି।