ଟି-୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା ଆଜି

ଦୁବାଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ର ଆଜି ହେଉଛି ଫାଇନାଲ୍‌ ମ୍ୟାଚ୍‌। ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମୁକାବିଲା ହେବ। ଏହି ସ୍ଥାନରେ ପହଞ୍ଚିବା ପାଇଁ ଇଂଲଣ୍ଡକୁ କେନ୍‌ ୱିଲିୟମସନ୍‌ଙ୍କ ଟିମ୍‌ ଆବୁଧାବୀ‌ର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ରେ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ସେହିପରି ପାକିସ୍ତାନକୁ ଅଷ୍ଟ୍ରେଲିଆ ପରାସ୍ତ ସହ ଫାଇନାଲରେ ପହଞ୍ଚିଛି।

ଉଭୟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍‌ ଶକ୍ତିଶାଳୀ ଅଟନ୍ତି। ଉଭୟ ଟିମ୍‌ ସେମିଫାଇନାଲ ମ୍ୟାଚ୍‌ରେ ଦମ୍ଭ ଦେଖାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ଉଭୟ ଦଳ ନିଜର ସେମିଫାଇନାଲ୍ ମ୍ୟାଚରେ ୫ ୱିକେଟରେ ବିଜୟୀ ହୋଇଛନ୍ତି। ପୁଣି ଗୋଟିଏ ଓଭର ଲେଖାଏଁ ବାକି ଥାଇ ମ୍ୟାଚ୍‌ ଶେଷ କରିପାରିଛନ୍ତି। ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହେବା ଦର୍ଶକଙ୍କୁ ଆହୁରି ଅଧିକ ଆକର୍ଷିତ କରୁଛି। କାରଣ ଉଭୟ ଦଳରେ ଶକ୍ତିଶାଳୀ ବୋଲର ଓ ବ୍ୟାଟ୍ସମ୍ୟାନ୍‌ଙ୍କ ଅଭାବ ନାହିଁ।