ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ

ସିଡନୀ: ଟି-୨୦ ୱାର୍ଲ୍ଡକପରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ସେମିଫାଇନାଲ ମ୍ୟାଚକୁ ୭ ୱିକେଟରେ ଜିତିବାରେ ସଫଳ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୫୩ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ପାକିସ୍ତାନ ୩ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା । ପାକିସ୍ତାନ ପାଇଁ ମହମ୍ମଦ ରିଜବାନ ଓ ବାବର ଆଜାମ ଶାନଦାର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଶାହିନ ଆଫ୍ରିଦି ୨ ୱିକେଟ ହାସଲ କରିଥିଲେ ।