ରୋଜଗାର ମାମଲାରେ ଧୋନୀଙ୍କ ଜବରଦସ୍ତ ବ୍ୟାଟିଂ, ସମୟ ପୂର୍ବରୁ ଭରିଲେ ଆୟ କର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆରେ ହୁଅନ୍ତୁ କି ବାହାରେ ସବୁଠି ସଫଳତା ଧାରା ଜାରି ରଖିଛନ୍ତି । ଧୋନୀଙ୍କ ଆୟ ଓ ଆୟ କର ପ୍ରତିବର୍ଷ ବଢ଼ିବାରେ ଲାଗିଛି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ବ୍ୟବସାୟ ଦୁନିଆରେ ସଫଳତାର ନୂଆ ଶିଡ଼ି ଚଢ଼ୁଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅର୍ଥାତ ଏପ୍ରିଲରୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଆୟ କର ବିଭାଗକୁ ଆଡଭାନ୍ସ କର ରୂପେ ୧୭ କୋଟି ଟଙ୍କା ଜମା କରିଛନ୍ତି । ଗତ ବର୍ଷ ଏହି ଅବଧି ପାଇଁ ଆଡଭାନ୍ସ ୧୩ କୋଟି ଟଙ୍କା ଜମା କରିଥିଲେ ।