ଟି-୨୦ ୱାର୍ଲ୍ଡକପ: ୫ ରନରେ ଜିତିଲା ଭାରତ

ସିଡ଼ନୀ: ଅଷ୍ଟ୍ରେଲିୟାର ଏଡିଲେଡ ଔବଲରେ ଖେଳା ଯାଇଥିବା ଟି-୨୦ ୱାର୍ଲ୍ଡକପର ୩୫ତମ ମୁକାବିଲାରେ ବାଙ୍ଗଲାଦେଶକୁ ଭାରତ ୫ ରନରେ ଜିତିଛି । ଏହି ବିଜୟ ସହ ଭାରତ ୬ ପଏଣ୍ଟ ହାସଲ କରିଛି ଏବଂ ସେମିଫାଇନାଲ ଦିଗରେ ଆଗକୁ ବଢ଼ିଛି ।

ସୂଚନାଯୋଗ୍ୟ, ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍ ହାସଲ କରିଥିଲା । କିନ୍ତୁ ବର୍ଷା ହେବା ଯୋଗୁ ବାଙ୍ଗଲାଦେଶକୁ ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲା । ଏହାର ଜବାବରେ ବାଙ୍ଗଲାଦେଶ ୧୪୫ ରନ ହାସଲ କରିଥିଲା । ବାଙ୍ଗଲାଦେଶ ପାଇଁ ଓପନର ଲିଟ୍ଟନ ଦାସ ମାତ୍ର ୨୭ ବଲରେ ୬୦ ରନ୍ କରିଥିଲେ । ଭାରତ ପାଇଁ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ ।