ଶେଷରେ ଅର୍ଚ୍ଚନା ଘଟଣାରେ ମାମଲା ଦାୟର କଲା ଇଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ଇଡି ମାମଲା ରୁଜୁ କରିଛି । ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଗାମୀ ଦିନରେ ଅର୍ଚ୍ଚନା ଲିଙ୍କରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଇଡି ନୋଟିସ ପଠାଇବ । ବର୍ତ୍ତମାନ ସମୟରେ ଇଡି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ କରୁଥିବା ଜଣାପଡ଼ିଛି ।