ଟି-୨୦ ୱାର୍ଲ୍ଡକପ: ନେଦରଲାଣ୍ଡକୁ ୫୬ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡକପରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ସୁପର-୧୨ରେ ନିଜର ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡକୁ ଭାରତ ୫୬ ରନରେ ହରାଇ ଦେଇଛି । ଏହା ଭାରତର ଲଗାତାର ଦ୍ୱିତୀୟ ବିଜୟ । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୯ ରନ କରିବାରେ ସଫଳ ହୋଇଥିଲା । ଏହି ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ ୧୨୩ ରନରେ ଅଲଆଉଟ ହୋଇଯାଇଥିଲା ।

ବିରାଟ କୋହଲୀ ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟଥର ପାଇଁ ଅର୍ଦ୍ଧଶତକ ହାସଲ କରିବା ସହ ଅପରାଜିତ ରହିଥିଲେ । ନେଦରଲାଣ୍ଡ ବିରୋଧରେ କୋହଲୀ ୪୪ ବଲରେ ୬୨ ରନ୍ ହାସଲ କରଥିବାବେଳେ ସୂର୍ଯ୍ୟକୁମାର ଯାଦବ ମାତ୍ର ୨୫ ବଲରେ ୫୧ ରନ କରିଥିଲେ । ରୋହିତ ଶର୍ମା ୩୯ ବଲରେ ୫୩ ରନ୍ କରିବାରେ ସଫଳ ହୋଇଥିଲେ । ଏହି ମ୍ୟାଚରେ ଅକ୍ଷର ପଟେଲ ୪ ଓଭରରେ ୧୮ ରନ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନୀ ୪ ଓଭରରେ ୨୧ ରନ୍ କରି ୨ଟି ଲେଖାଏଁ ୱିକେଟ ନିଜ ନାମରେ କରିଥିଲେ ।