ଖପ୍ରାଖୋଲରେ ହାତୀ ଉପଦ୍ରବ ପରେ ଏବେ ଜଙ୍ଗଲି ବାରାହଙ୍କ ଆତଙ୍କ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ର ଖପ୍ରାଖୋଲ ଅଞ୍ଚଳରେ ହାତୀ ଉପଦ୍ରବ ଥମି ନ ଥିବାବେଳେ ଏବେ ପୁଣି ଜଙ୍ଗଲିି ବାରହାଙ୍କ ପ୍ରବେଶ ଯୋଗୁ ସହସ୍ରାଧିକ ଏକର ଧାନ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ଗ୍ରୁପ ଓ ଗ୍ରାମର ମହାଜନଙ୍କଠାରୁ ଋଣ ଆଣି ଚାଷ କରିଥିଲେ । କିନ୍ତୁ ବାରାହାଙ୍କ ପାଇଁ ସବୁ ଫସଲ ନଷ୍ଟ ହେବାରୁ କେମିତି ଋଣ ପରିଶୋଧ କରିବେ ସେନେଇ ଏବେ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ତେଣୁ ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଜନସାଧାରଣ ଦାବୀ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଖପ୍ରାଖୋଲ ବନ ବିଭାଗର ରେଞ୍ଜର ଗିରିଧାରୀ ନାଗଙ୍କ ସହ ଫୋନ ଯୋଗେ କଥା ହେବାରୁ ଚାଷୀମାନେ କ୍ଷତି ସମ୍ପର୍କରେ କାଗଜ ପତ୍ର ସହ ଆଧାର କାର୍ଡ ଦେଲେ ଆମେ ତାଙ୍କର ରିପୋର୍ଟ ଉପସ୍ଥିତ ଅଧିକାରୀଙ୍କୁ ପଠାଇଦେବୁ ବୋଲି କହିଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ମଧ୍ୟରେ ଶ୍ରୀମନ୍ତ ନାୟକ, ସଞ୍ଜୟ ମିଶ୍ର, ରୁଷଭ ସାହୁ, ବେଣୁ ରଣା, କିଶୋର ନାୟକ, ଋଷି ନାୟକ ଓ ହାଡୁ କପାଟ ପ୍ରମୁଖ ରହିଛନ୍ତି ।