ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରୁ ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦେବଗଡ଼ ପୌରପରିଷଦର ଜଣେ କର୍ମଚାରୀ ଥିବା ଜଣାପଡ଼ିଛି। ଏନେଇ ଆଜି ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆଙ୍କ ସମେତ ସମସ୍ତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଦେବଗଡ଼ ପୌରପରିଷଦ କାର୍ଯ୍ୟାଳୟର କରୋନା ପଜିଟିଭ ଚିହ୍ନଟ କର୍ମଚାରୀ ଜଣଙ୍କ ଗଞ୍ଜାମ ଫେରନ୍ତା ହୋଇଥିବାବେଳେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।