ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ଜଣ ବରଗଡ଼ ସଦର ବ୍ଲକ କଟାପାଲି ଅବରୋଧ ଅଞ୍ଚଳରୁ ଓ ଜଣେ ପାଇକମାଲ ବ୍ଲକ ସରେଇକେଲା ଗ୍ରାମରୁ ଚିହ୍ନଟ ହୋଇଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେହିପରି ଜଣେ ପ୍ରବାସୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେ ନିକଟରେ ହାଇଦ୍ରାବାଦରୁ ଫେରି କ୍ୱାରେଣ୍ଟାଇନରେ ଥିଲେ। ଏ ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ସମସ୍ତ କରୋନା ଆକ୍ରାନ୍ତଙ୍କୁ ବରଗଡ଼ କୋଭିଡ ହସ୍ପିଟାଲକୁ ପାଇଁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।