ପୁଣି ସନ୍ଦେହ ଜନକ ଭାବେ ହାତୀର ମୃତ୍ୟୁ

ଆଠଗଡ଼,ଏନ୍ଏନ୍ଏସ୍: ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀର ରାଣିବଣିଆ ସଂରକ୍ଷିତ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ପାଖାପାଖି ୪୫ ବର୍ଷ ହେବ। ତେବେ ୮-୧୦ ଦିନ ତଳେ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ଖୁଣ୍ଟୁଣୀ ବନବିଭାଗ ପକ୍ଷରୁ ତରବରିଆ ଭାବେ ହାତୀର ମୃତ ଦେହକୁ ପୋତି ଦିଆଯାଇଥିବା ସୂଚନା ମିଳିଛି।

କିଛିଦିନ ତଳେ ଏକ ଦନ୍ତାହାତୀର ମୃତ ଦେହ ଗୋବରା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।