୩୫ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ୍ ଜଣେ ନାବାଳିକ ସହିତ ୨ ଜଣ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି। ଏହାସହ ଗୋଟିଏ ଚାରି ଚକିଆ ଗାଡ଼ି ସହିତ ୩୫ କେଜି ଗଞ୍ଜେଇ ମଧ୍ୟ ଜବତ କରିଛି । ବିଶେଷ ସୁତ୍ରରୁ ଖବରପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ୍ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ନିକଟରେ ଜବତ ଗାଡ଼ିକୁ ଅଟକାଇ ତନଖୀ ବେଳେ ଉକ୍ତ ଗାଡିରୁ ଗଞ୍ଜେଇ ଜବତ କରିଥିଲେ। ଗାଡ଼ିର ଚେମ୍ବର ମଧ୍ୟରେ ଗଞ୍ଜେଇକୁ ରଖାଯାଇ ଚାଲାଣ କରାଯାଉଥିଲା। ପୁଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ଅନ୍ୟଜଣେ ସଂପୃକ୍ତ ଥିବା ବେଳେ ଏହାର ତଦନ୍ତ ଚାଳିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।