ସମୟ ପୂର୍ବରୁ ରାଫେଲ ବିମାନ ଯୋଗାଇବା ଆମ ପାଇଁ ଗୌରବର ବିଷୟ: ଇମାନୁଏଲ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ କଟକଣା ସତ୍ତ୍ୱେ ଭାରତକୁ ଠିକ୍ ସମୟରେ ହସ୍ତାନ୍ତର ହୋଇଛି ରାଫେଲ ଯୁଦ୍ଧ ବିମାନ। ଏନେଇ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଏଲେନ୍ ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି କି ସମୟ ପୂର୍ବରୁ ସମସ୍ତ ରାଫେଲ ବିମାନ ଯୋଗାଇଦେବା ଆମ ପାଇଁ ଗୌରବର କଥା। ଭାରତକୁ ଏବେ ସୁଦ୍ଧା ମୋଟ ୨୧ଟି ରାଫେଲ ବିମାନ ହସ୍ତାନ୍ତର କରାଯାଇ ସାରିଛି। ୧୧ଟି ବିମାନ ଜଳପଥରେ ଭାରତକୁ ଆସିଥିବା ବେଳେ ୧୦ଟି ବିମାନ ପୂର୍ବରୁ ଆକାଶ ମାର୍ଗରେ ଆସି ପହଞ୍ଚିଛି। ସେହିପରି ଏପ୍ରିଲ ଶେଷ ସୁଦ୍ଧା ଆଉ ୫ଟି ରାଫେଲ ବିମାନ ଜଳପଥରେ ଭାରତ ଆସିବ ବୋଲି ଇମାନୁଏଲ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ୨୦୧୬ ମସିହାରେ ଭାରତ ଫ୍ରାନ୍ସ ସହିତ ୩୬ଟି ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲା।