ବରଗାଁ’ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର୍ ନିଲମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବରଗାଁ’ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଂଚ ମ୍ୟାନେଜର ଅଜିତ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛି। ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଂଚ ମ୍ୟାନେଜର୍ ପଧାନ କହିଥିଲେ। ଫଳରେ ଲଭେଙ୍କ ଝିଅ ପୁଞ୍ଜୀମତୀ ଦେଈ(୬୦) ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ଦୃଷ୍ଟିକୁ ଆସିଥିଲା।

ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି ଗତ ରବିବାର ଦିନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରାକରଙ୍କ ଅନୁରୋଧ କ୍ରମେ ବ୍ୟାଙ୍କ କର୍ତୃପକ୍ଷଙ୍କ ଦ୍ୱାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ବରଗାଁ’ ବ୍ରାଂଚର ମ୍ୟାନେଜର୍ ଅଜିତ ପଧାନଙ୍କୁ ତତକାଳ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୁଧରେ ଶୃଙ୍ଖଲାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।