ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଛୁଇଁବା ଫଳରେ ତାପମାତ୍ରା କମିଛି । ଏହାରି ମଧ୍ୟରେ ଆଜି ରାତିରେ ୨୦ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ଜିଲ୍ଲା ମଧ୍ୟରୁ ୬ଜିଲ୍ଲାକୁ ପ୍ରବଳ ବର୍ଷା ହେବା ଆଶଙ୍କା ଥିବା ବେଳେ ୧୪ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ଆଶଙ୍କା ଥିବା ୬ଜିଲ୍ଲା ଗୁଡ଼ିକ ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ । ସେହିପରି ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବା ୧୪ ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା,ମାଲକାନଗିରି, ଗଜପତି, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଢ଼େଙ୍କାନାଳ, ନୂଆପଡ଼ା, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ।