ଫୁଲବାଣୀ,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲାରେ ପ୍ରତିଭା ସମ୍ପନ୍ନ ଝିଅମାନଙ୍କୁ ପ୍ଲାଟଫର୍ମ ଯୋଗାଇବାକୁ ଫୁଲବାଣୀର ଇଗଲ ମ୍ୟୁଜିକ୍ ଆଣ୍ଡ ଭିଡିଓ ଗୃପ ପକ୍ଷରୁ ପ୍ରଥମ ଥର ପାଇଁ କନ୍ଧମାଳ ରଜ କୁଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାକୁ ଅନଲାଇନ୍ ମାଧ୍ୟମରେ କରାଯାଇଥିଲା। ଗୀତ, ନୃତ୍ୟ, ଅଭିନୟ, ଝୋଟି, ସାଜସଜ୍ଜା ଓ ପ୍ରଶ୍ନ ଉତ୍ତର ରାଉଣ୍ଡକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତା ହୋଇଥିବା ବେଳେ ବିଚାରକ ଭାବେ ଓଲିଉଡ୍ ଅଭିନେତା ତଥା ପ୍ରଯୋଜକ ଶଶାଙ୍କ ଦିଗାଲ, ସୌମ୍ୟ ରଞ୍ଜନ ସାହାଣୀ, ସୁଶାନ୍ତ ଚିନାରା ଯୋଗଦେଇ ପ୍ରିତେଯାଗୀମାନଙ୍କ ମୁଲ୍ୟାଙ୍କନ କରିଥିଲେ।
କନ୍ଧମାଳ ରଜ କୁଇନ୨୦୨୦ର ପ୍ରଥମ ବିଜୟୀ ଭାବେ ସୋନାଲି ପାଣିଗ୍ରାହୀ, ଦ୍ୱିତୀୟ ଭାବେ ଏମ ବିଜୟଲକ୍ଷ୍ମୀ ଦୋରା ଓ ତୃତୀୟ ଭାବେ ଶୁଶ୍ରୀ ତନ୍ମୟୀ ପାଢୀ ମନୋନୀତ ହୋଇଥିଲେ। ପୁରଷ୍କାର ଉତ୍ସବରେ ଇଗଲ ମ୍ୟୁଜିକ୍ ଆଣ୍ଡ ଭିଡିଓ ଲାବର ସତ୍ୱାଧିକାରୀ ବସନ୍ତ କୁମାର ସାହାଣୀ ମୁଖ୍ୟ ଅତିଥିଭାବେ ବିଜୟୀ ପ୍ରତିଯୋଗୀଙ୍କୁ କ୍ରାଉନ ପିନ୍ଧାଇଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ଗୃପ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ଓଡିଆ ଆଲବମ ବାଞ୍ଜାରରେ ଗୀତ ଓ ଅଭିନୟରେ ସୁଯୋଗ ପ୍ରଦାନ କରାଯିବ ବୋଲି ଗୃପ ପକ୍ଷରୁ ସୂଚନା ଦିଆଯାଇଛି ।