ସୁଶୀଲ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ଦୁଇ ଗ୍ରୁପର ଝଗଡ଼ାରେ ୨୩ ବର୍ଷୀୟ ସାଗର ରାଣାଙ୍କ ମୃତ୍ୟୁ ପରେ ଅଲମ୍ପିକ ବିଜେତା ସୁଶୀଲ କୁମାର ଫେରାର ଥିବା ଜଣାପଡ଼ିଛି। ଆଉ ଆଜି ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସାଗର ରାଣାଙ୍କ ହତ୍ୟା ପରେ ସୁଶୀଲ ଓ ତାଙ୍କ ଅନ୍ୟ ବନ୍ଧୁଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି ହୋଇଛି।

ସେହିପରି ସୁଶୀଲ କୁମାର ଓ ତାଙ୍କ ସାଥୀଙ୍କ ବିରୋଧରେ ପୁଲିସ ପୁରସ୍କାର ଘୋଷଣା କରିଛି। ପୁଲିସର ଘୋଷଣା ଅନୁଯାୟୀ ଯଦି କେହି ସୁଶୀଲ କୁମାରଙ୍କ ସମ୍ପର୍କରେ ସୂଚନା ଦିଅନ୍ତି ତାଙ୍କୁ ୧ଲକ୍ଷ ଟଙ୍କା ଦିଆଯିବ। ଆଉ ସୁଶୀଲଙ୍କ ସାଥୀ ଅଜୟଙ୍କ ସମ୍ବନ୍ଧରେ ସୂଚନା ଦେଲେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହାପୂର୍ବରୁ ସୁଶୀଲ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକଆଉଟ ନୋଟିସ ଜାରି କରିଥିଲା।