ଯାଜପୁରରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ ଘରୋଇ ସହାୟତାରେ ଏକ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏହା ଫଳରେ ଯାଜପୁର ତଥା ଆଖପାଖ ଜିଲ୍ଲାର ଗୁରୁତର କୋଭିଡ଼ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ୱର ଯିବାକୁ ପଡିବନାହିଁ।

ଯାଜପୁରର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବେ କାମ କରିବ ଏବଂ ରୋଗୀମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ହସ୍ପିଟାଲରେ ୧୫୦ ଟି ଅକ୍ସିଜେନ ସଂଯୁକ୍ତ ବେଡ଼୍ ସହିତ ୫୦ଟି ଆଇସିୟୁ ବେଡ୍ ମଧ୍ୟ ରହିବ।