ବାଣକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ବାଣକୁ ନେଇ ଆଜି ସୁପ୍ରିମକୋର୍ଟ ଆଦେଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବାଣକୁ ଛାଡ଼ି ଆଉ କୌଣସି ବାଣ ଉପରେ ରୋକ ଲଗାଯାଇ ନାହିଁ। ଏଥିସହିତ ବୋରିୟମରୁ ପ୍ରସ୍ତୁତ ବାଣ ଉପରେ ରୋକ ଅଟକଳ ରହିବ। ଏଥିରେ ଉଲ୍ଲଂଘନ ହେଲେ ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ, ଜିଲ୍ଲାର ଏସପି, ଡିଏସପି ଓ ଥାନାଧିକାରୀ ଉତ୍ତରଦାୟୀ ରହିବେ। ରାଜ୍ୟ ସରକାର ଏହି ଆଦେଶକୁ ବ୍ୟାପକ ରୂପେ ପ୍ରଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ‘କୌଣସି ପରିଚାଳକକୁ ଆମ ନିୟମ ଉଲ୍ଲଂଘନ କରିବାର ଅନୁମତି ଦିଆଯିବ ନାହିଁ। ଉତ୍ସବ ଆଳରେ ପ୍ରତିବନ୍ଧିତ ବାଣକୁ ବ୍ୟବହାର କରିବାକୁ ଦିଆଯିବନି। ଅନ୍ୟମାନଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଉତ୍ସବ ପାଳନ କରାଯିବ ନାହିଁ।’