ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନାଁ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ରଥଯାତ୍ରା ନେଇ ସୁପ୍ରିମମ୍ରକେର୍ଟଙ୍କ ବଡ଼ ନିଷ୍ପତ୍ତି। ଚଳିତ ବର୍ଷ ରଥଯାତ୍ରା ନକରିବା ପାଇଁ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଣି କରିଛନ୍ତି। ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ସୁପ୍ରିମକୋର୍ଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ଲକ୍ଷାଧିକ ଲୋକ ଏକତ୍ର ହେବାର ସମ୍ଭାବନା ରହିଛି, ଯାହାଦ୍ୱାରା ବହୁମାତ୍ରାରେ କରୋନା ସଂକ୍ରମଣ ହୋଇପାରେ।

ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ। ଜନସ୍ୱାସ୍ଥ୍ୟ ଏବଂ ଦେଶର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏପରି ରାୟ ପ୍ରକାଶ ପାଇଛି। ସେହିପରି ଓଡ଼ିଶାର କୌଣସି ସ୍ଥାନରେ ମଧ୍ୟ ରଥଯାତ୍ରା ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ୍ ୨୩ରେ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏପରି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କ ଭାବକୁ ଆଘାତ ପହଞ୍ଚାଇଛି। ତେବେ ରଥ ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁରୀ ଗଜପତି ମହାରାଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଖୁବ ଶୀଘ୍ର ପରିଚାଳନା କମିଟି ବୈଠକ ବସିବ। ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କରିବା ପରେ ସୁପ୍ରିମକୋର୍ଟଙ୍କ ରାୟର ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ଗଜପତି ମହାରାଜ।

ସେପଟେ ରଥଯାତ୍ରା ବନ୍ଦ ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରଥଯାତ୍ରା ବନ୍ଦ ହେବା ଯୋଗୁଁ ଉକ୍ତଙ୍କ ଭାବରେ ଗଭୀର ଆଘାତ ଲାଗିଛି। ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା କଳଙ୍କ ଲାଗିଲା। ତେଣୁ ଆଗାମୀ ଦିନରେ ଛତିଶା ନିଯୋଗ ବୈଠକ ବସିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।