ପରଜା ପଦର ପଞ୍ଚାୟତକୁ ୪୮ ପାଇଁ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଜି ନବରଙ୍ଗପୁର ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ପରଜା ପଦର ପଞ୍ଚାୟତର ସଂଗରୋଧ ଗୃହରୁ ଜଣେ ଓ ପଞ୍ଚାୟତରେ ଥିବା ପ୍ରାଥମିକ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଜନସାଧାରଣଙ୍କ ସୁରକ୍ଷାକୁ ପ୍ରଥମିକତା ଦେଇ ଉକ୍ତ ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି। ଏହି ସମୟରେ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଏଥିରେ ଆଜି ସକାଳ ୧୦ଟାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯାଇଛି। ତେବେ ଏହି ସମୟରେ ଜରୁରୀ କାଳୀନ ସେବା ଉପଲବ୍ଧି ହେବ ବୋଲି ଜଣାପଡ଼ିଛି।